ଆଣ୍ଟଲାଣ୍ଟିକ ମହାସାଗରରେ ରହିଛି ୫ଟି ସାଇକ୍ଲୋନ । ଇତିହାସ ରେ ଦ୍ୱିତୀୟ ଥର ପାଇଁ ୫ଟି ଟ୍ରପିକାଲ ସାଇକ୍ଲୋନ ଆଟଲାଣ୍ଟିକ୍ ରେ ରହିଛି । ୧୯୭୧ ମସିହାରେ ୫ଟି ଟ୍ରପିକାଲ ସାଇକ୍ଲୋନ ଆଣ୍ଟଲାଟିକରେ ଦେଖିବାକୁ ମିଳିଥିଲା । ଆଣ୍ଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଥିବା ୫ଟି ସାଇକ୍ଲୋନ ହେଉଛନ୍ତି, ପାଉଲେଟ, ହରିକେନ୍ ସାଲି, ଟ୍ରପିକାଲ ଷ୍ଟ୍ରମ ୍‌ଟେଡି, ଟ୍ରପିକାଲ ଷ୍ଟ୍ରମ୍ ଭିକି ଏବଂ ଟ୍ରପିକାଲ ଡିପ୍ରେସନ ରେନେ
ସୋମବାର ସକାଳ ବରମୁଡାରେ ଲ୍ୟାଣ୍ଡଫଲ କରିଛି ପାଉଲେଟ୍ । ଏହାର ପ୍ରଭାବରେ ପ୍ରବଳ ପବନ ଏବଂ ଅତ୍ୟଧିକ ବର୍ଷା ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଛି । ଆଜି ପବନର ବେଗ ଘଣ୍ଟାପ୍ରତି ୧୧୧ ମାଇଲ ହେବ ବୋଲି କୁହାଯାଇଛି । ସେହିଭଳି ରେନେ ଗତ ସପ୍ତାହରେ ଟ୍ରପିକାଲ ଷ୍ଟ୍ରମରେ ପରିଣତ ହୋଇ କେନ୍ଦ୍ରୀୟ ଆଣ୍ଟଲାଣ୍‌ଟିକ୍ ମହାସାଗରରେ ଦୁର୍ବଳ ହେବାରେ ଲାଗିଛି । ଏହ ସ୍ଥଳ ଭାଗରେ କୌଣସି ପ୍ରଭାବ ପକାଇବ ନାହିଁ । ହେଲେ ସମୂଦ୍ର ଭିତରେ ଭୟଙ୍କର ରୂପ ଧାରଣ କରୁଛି । ପୂର୍ଣ୍ଣିବଳୟ ସାଲି ବର୍ତ୍ତମାନ ନେକ୍ସିକୋ ଗଳ୍ଫ ଦେଇ ଉତ୍ତର ପଶ୍ଚିମ ଦିଗକୁ ଯାଉଛି । ଗଲ୍ଫ କୋଷ୍ଟରେ ଥିବା ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସ୍ଥାନାନ୍ତର କରାଯାଉଛି । ସମୂଦ୍ର ଜୁଆର ୭ରୁ ୧୧ ଫୁଟ ବଢିପାରେ । ଟ୍ରପିକାଲ ଷ୍ଟ୍ରମ ଟେଡି ଏବେ କେନ୍ଦ୍ରୀୟ ଆଟଲାଣ୍ଟିକରେ ରହିଛି । ଆଗାମୀ କିଛି ଦିନ ମଧ୍ୟରେ ଟେଡି ଶକ୍ତିଶାଳୀ ରୂପ ଧାରଣ କରିବ । ସାଲି ପରେ ଟେଡି ହେଉଛି ଅଷ୍ଟମ ହରିକେନ । ସେହିପରି ଟ୍ରପିକାଲ ଷ୍ଟ୍ରମ୍ ଭିକି ବର୍ତ୍ତମାନ ପୂର୍ବ ଆଟଲାଣ୍ଟିକ୍‌ରୁ ୧୦୦ ମାଇଲ ଦୂରରେ ରହିଛି । ଏକାଠି ୫ଟି ସାଇକ୍ଲୋନ ସୃଷ୍ଟି ହୋଇ ଭୟଙ୍କର ରୂପ ଧାରଣ କରୁଛି ।

LEAVE A REPLY

Please enter your comment!
Please enter your name here