ମେଡିକାଲ ଦୁଆରେ ଛଟପଟ ହେଉଛନ୍ତି ସ୍ୱାମୀ । ଆଉ ସ୍ୱାମୀକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ଧର୍ମପତ୍ନୀ । କୌଣସି ଉପାୟ ନପାଇ ଛାତିକୁ ଦବାଉଛନ୍ତି । ଭାଗ୍ୟ ଏମିତି ଯେ ମେଡିକାଲ ଦୁଆରେ ଛଟପଟ ହେଉଥିଲେ ମଧ୍ୟ ନା ଡାକ୍ତର, ନା ନର୍ସ, କେହି ବି ଏମାନଙ୍କ ପାଖକୁ ଆସୁନାହାଁନ୍ତି । ସମସ୍ତେ ସାଜିଛନ୍ତି ଦେଖେଣାହାରୀ । ଆଉ ଶେଷରେ ଜୀବନ ସହ ଯୁଦ୍ଧ କରି ଚାଲିଯାଇଥିଲା ସ୍ୱାମୀଙ୍କ ଜୀବନ ।
ଢେଙ୍କାନାଳ ମୁଖ୍ୟଚିକିତ୍ସାଳରୁ ଆଜି ଆସିଛି ଏମିତି ହୃଦୟ ବିଦାରକ ଦୃଶ୍ୟ । ଅନୁଗୁଳରେ ସରକାରୀ କର୍ମଚାରୀ ଭାବେ କାମ କରନ୍ତି ଏହି ବ୍ୟକ୍ତି । ତାଙ୍କ ଘର ଢେଙ୍କାନାଳ । ଗତକାଲି କରୋନା ପରୀକ୍ଷା ପାଇଁ ଢେଙ୍କାନାଳ ଚିକିତ୍ସାଳୟକୁ ଆସିଥିଲେ । ମାତ୍ର କୋଭିଡ ପଜିଟିଭ୍ ବାହାରିବା ପରେ ବ୍ୟକ୍ତି ଜଣଙ୍କ ଡାକ୍ତରଖାନା ଦୁଆର ମୁହଁରେ ତଳେ ପଡିଯାଇଥିଲେ । ପାଖରେ ଛିଡା ହୋଇଥିଲେ ଡାକ୍ତରଖାନାର ସୁରକ୍ଷା କର୍ମଚାରୀ ଏବଂ ଅନ୍ୟମାନେ । ମାତ୍ର ସମସ୍ତେ ସାଜିଥିଲେ ଦର୍ଶକ । ଯେମିତି କରୋନା ଭୟ ସମସ୍ତଙ୍କ ପାଖରୁ ଛଡାଇ ନେଇଥିଲା ମାନବିକତା । କେହି ପାଖ ମାଡି ନ ଥିଲେ କି ଚିକିତ୍ସା ପାଇଁ ବ୍ୟବସ୍ଥା କରି ନ ଥିଲେ । ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ମହିଳା ଜଣକ ନେହୁରା ହେଉଥିଲେ ବି କେହି ଶୁଣି ନଥିଲେ ମହିଳାଙ୍କ ବିକଳ କାନ୍ଦ ।
ଏ ଦୃଶ୍ୟ କେବଳ ଢେଙ୍କାନାଳର ନୁହେଁ, କରୋନା ଭୟରେ ଏମିତି ଅନେକ ରୋଗୀଙ୍କୁ ଡାକ୍ତରଖାନା ଭିତରକୁ ପଶିବାକୁ ଦିଆଯାଉନାହିଁ । ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନା ବୁଲିବା ଭିତରେ ଚାଲି ଯାଉଛି ରୋଗୀର ଜୀବନ । ରାଜ୍ୟରେ ସ୍ୱାସ୍ଥ୍ୟସେବା ପ୍ରତି ଏହା ଏକ ଉପହାସ ନୁହେଁ କି

LEAVE A REPLY

Please enter your comment!
Please enter your name here