ତାଳଚେରରେ ବିଧାୟକ ଓ ଏସପି ମୁହାଁମୁହିଁ ହେବା ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ | ତାଳଚେର ବିଧାୟକ ବ୍ରଜ ପ୍ରଧାନ ସମେତ ଶତାଧିକ ଲୋକଙ୍କୁ ନ୍ୟାୟ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି | ତାଳଚେର ହିଙ୍ଗୁଳା କୋଇଲା ଖଣି ସମ୍ପ୍ରସାରଣ କରିବା ପାଇଁ ୭ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅନୁଗୁଳ ଏସପି ଜଗମୋହନ ମୀନା ଓ ତାଳଚେର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭାଲୁଗଡିଆ ଗାଁଠାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ଏହାକୁ ନେଇ ଏସପି ଓ ବିଧାୟକ ମୁହାଁମୁହିଁ ହୋଇଥିଲେ | ଦୀର୍ଘଦିନରୁ ସରକାରୀ ସ୍ତରରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିବା ବେଳେ ସ୍ଥାନୀୟ ଅଂଚଳବାସୀ ବିଭିନ୍ନ ସମୟରେ ବିଭିନ୍ନ ଦାବୀ ନେଇ ବିରୋଧ କରି ଆସୁଥିଲେ |