2019 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସୃଷ୍ଟି କରିଥିଲେ ବିଜୁ ଯୁବ ବାହିନୀ । ଯୁବବର୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ଏହି ବିଜୁ ଯୁବ ବାହିନୀ ନିମନ୍ତେ ଚଳିତ ବଜେଟରେ କୌଣସି ବ୍ୟୟ ବରାଦ କରାଯାଇନାହିଁ । ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତରରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ବଜେଟରେ କୌଣସି ବ୍ୟୟ ବରାଦ କରାଯାଇ ନଥିବାରୁ ରାଜ୍ୟରେ ଯୁବ ବାହିନୀ ଦ୍ବାରା କୌମସି କାର୍ଯ୍ୟ କରାଯାଉନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ବଜେଟରେ ବିଜୁ ୟୁବ ବାହିନୀ ପାଇଁ କୌଣସି ବ୍ୟୟ ବରାଦ କରା ନଯିବା ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସରକାର ନିଜ ଉଦ୍ଦେଶ୍ୟ ସାଧନ ପାଇଁ ଏହା ଆରମ୍ଭ କରିଥିଲେ ଏବଂ ନିର୍ବାଚନ ବୈତରଣୀ ପାରି ହେବା ପରେ ଏହାର ଆଉ କୌଣସି ଆବଶ୍ୟକ ନଥିଲା ବୋଲି ସରକାର ଏଥିପାଇଁ ବ୍ୟୟ ବରାଦ କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here