କରୋନାରେ ଆଜି ରାଜ୍ୟରେ ୧୬ ଜଣଙ୍କ ଜୀବନ ଯାଇଛି । ଅନୁଗୁଳ , ବାଲେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ, ଗଜପତି, ଗଞ୍ଜାମ, କେନ୍ଦୁଝର, ମାଲକାନଗିରି ଓ ପୁରୀରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ସେହିପରି ୧୬୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୯୫୫ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୬୭୮ ଲୋକାଲ କେସ୍ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୩୨, ସୁନ୍ଦରଗଡରୁ ୧୦୬, କେନ୍ଦ୍ରାପଡାରୁ ୧୦୫ , ଅନୁଗୁଳରୁ ୧୦୦, ବାଲେଶ୍ୱର-୨୬, ବରଗଡ-୫୩, ଭଦ୍ରକ-୨୧, ବଲାଙ୍ଗିର-୮୦, ବୌଦ୍ଧ-୩୫, ଢେଙ୍କାନାଳ-୩୯, ଗଜପତି-୧୩, ଗଞ୍ଜାମ-୩୩, ଜଗତସିଂହପୁର-୭୯, କଳହାଣ୍ଡି-୩୬, କନ୍ଧମାଳ-୨୪,କେନ୍ଦୁଝର-୫୧, କୋରାପୁଟ-୩୫, ମାଲକାନଗିରି-୫୩, ମୟୂରଭଞ୍ଜ-୪୨, ନବରଙ୍ଗପୁର-୪୧, ନୟାଗଡ-୨୩, ନୂଆପଡା-୮୯, ପୁରୀ-୫୮, ରାୟଗଡା-୧୧, ସମ୍ବଲପୁର-୩୨, ସୋନପୁର-୨୨ ଏବଂ ଷ୍ଟେଟ୍ ପୁଲରୁ ୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି

LEAVE A REPLY

Please enter your comment!
Please enter your name here