ଗୁରୁବାର ଜମ୍ମୁ କଶ୍ମୀରର ପୁଲୱାମାରେ ସହୀଦ ହୋଇଥିବା ଓଡିଆ ଯବାନ ପ୍ରସନ୍ନ କୁମାର ସାହୁଙ୍କ ଶେଷକୃତ୍ୟ ନିଜ ଜନ୍ମମାଟିରେ ସମ୍ପନ୍ନ ହୋଇଛି. ଜଗତସିଂହପୁର ଜିଲ୍ଲା ପାରିଶିଖର ଗାଁ ମଶାଣିରେ ସେ ଚିରନିଦ୍ରାରେ ଶୋଇଯାଇଛନ୍ତି. ପ୍ରସନ୍ନଙ୍କୁ ନେଇ ସାରା ଗାଁ ସ୍ତବ୍ଧ ହୋଇଥିବା ବେଳେ ସମସ୍ତଙ୍କ ଆଖିରେ ଲୁହର ଧାର ବହିଯାଇଛି. ପ୍ରସନ୍ନଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ଗାଁରେ ହଜାର ହଜାର ଲୋକ ଭିଡ ଜମାଇଥିଲେ. ଅନ୍ୟପଟେ ପ୍ରସନ୍ନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ କନ୍ଦରପୁରଠାରୁ ନାଉଗାଁ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ପ୍ରସନ୍ନଙ୍କ ଶେଷ  ଦର୍ଶନ କରିଥିଲେ. ବନ୍ଦେ ମାତରମ୍, ଭାରତ ମାତା କି ଜୟୈ ଧ୍ୱନୀରେ ମୁଖରିତ ହୋଇ ଉଠିଥିଲା ସାରା ପରିବେଶ.

 

LEAVE A REPLY

Please enter your comment!
Please enter your name here