ବସ୍ ଉପରେ ଓ ଭିତରେ ଗଦା ହୋଇଛି ବସ୍ତା । ଆଉ ଏହି ବସ୍ତା ଭିତରେ ରହିଛି ଲକ୍ଷାଧିକ ଟଙ୍କାର ଖୁଚୁରା ପଇସା । ମଙ୍ଗଳବାର କୋଲକାତାରୁ ଏକ ବସରେ ଭୁବନେଶ୍ୱରକୁ ବସ୍ତା ବସ୍ତା ଖୁଚୁରା କଏନ୍ ଆସୁଥିବାବେଳେ ଜବତ କରିଛି ଆୟକର ବିଭାଗର ଜିଏସଟି ଡିପାଟମେଣ୍ଟ । ବସର ଡ୍ରାଇଭର କହିଛନ୍ତି ଯେ, ୨ରୁ ୪ଦିନରେ ଥରେ ଏମିତି କଏନ ନେଇକି ସେ ଆସିଥାନ୍ତି । ପ୍ରତି ବସ୍ତା ପିଛା ତାଙ୍କୁ ଦେଢଶହ ଟଙ୍କା ମିଳୁଥିବା ସେ କହିଛନ୍ତି । ତେବେ ସବୁଠାରୁ ବଡ ପ୍ରଶ୍ନ କଣ ପାଇଁ କୋଲକାତାରୁ ଓଡିଶାକୁ ବସ୍ତା ବସ୍ତା କଏନ ଆସୁଛି? ଏହା ପଛରେ କାହା ହାତ ରହିଛି । କିଛି ରାକେଟ କାମ କରୁନି ତ? ଏନେଇ ଏବେ ଆରମ୍ଭ ହୋଇଛି ଖୋଳତାଡ । ରିଜର୍ଭ ବ୍ୟାଙ୍କ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here