ଫେବୃଆରୀ ୨୨ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ ମାଟ୍ରିକ ପରୀକ୍ଷା । ସକାଳ ୯ଟାରୁ ସାଢେ ୧୧ ଟା ଯାଏ ଚାଲିବ ପରୀକ୍ଷା । ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟି ସମୟ ଦିଆଯିବ ।

ପ୍ରଥମ ଦିନରେ ମାତୃଭାଷା ଅର୍ଥାତ୍ ସାହିତ୍ୟ ପରୀକ୍ଷା ଛାତ୍ରଛାତ୍ରୀ ଦେବେ । ୩ୟ ଭାଷା ହୀନ୍ଦି ଓ ସଂସ୍କୃତ ପରୀକ୍ଷା ଅଲଗା ଅଲାଗ ଦିନରେ ହେବ । ୨୭ରେ ହିନ୍ଦୀ ପରୀକ୍ଷା ଓ ୨୮ରେ ସଂସ୍କୃତ ପରୀକ୍ଷା ହେବ । ଏଥର ୩ଟି ସେଟ ପରିବର୍ତ୍ତେ ୪ଟେ ସେଟେରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଉଭୟ ସବ୍‌ଜେକଟିଭ ଓ ଅବଜେକ୍‌ଟିଭରେ ୧୫ ମାର୍କ ରଖିବା ବାଧ୍ୟତାମୂଳକ ହୋଇଛି । ସେପଟେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଫେବୃଆରୀ ୨୨ରୁ ଆରମ୍ଭ ହେବ ।

ଏଥିସହ ବିନା ଜୋରିମାନାରେ ଫର୍ମ ପୂରଣ କରିବାର ଅବଧିକୁ ୨ ଦିନ ବୃଦ୍ଧି କରାଯାଇଛି । ୧୫ ତାରିଖ ରାତି ୧୧ଟି ୪୫ କରିହେବ ଫର୍ମପୂରଣ । ଡିସେମ୍ବର ୧୮ ଜୋରିମାନା ସହ ଫର୍ମ ପୂରଣର ଶେଷ ତାରିଖ । ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here