ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଆନ୍ଦୋଳନକୁ ପୁରା ସମର୍ଥନ କରିବ ରାଜ୍ୟ କଂଗ୍ରେସ । ଭାରତ ବନ୍ଦକୁ ନେଇ ଆଜି ରାଜ୍ୟ କଂଗ୍ରେସ ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୁରା ସମର୍ଥନ କରିବ । ଏଥିସହ ରାଜ୍ୟରେ ବଢିଥିବା ବିଦ୍ୟୁତ୍ ବିଲ୍ ଏବଂ ବନ୍ୟା ପରିସ୍ଥିିତିକୁ ଆସନ୍ତା ୨୩ ତାରିଖରେ କଂଗ୍ରେସ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବ । ଭାରତ ବନ୍ଦ ନିଷ୍ପତ୍ତି ନେଇ ଆଜି ସିପିଏମ , ସିପିଆଇ , ଆରଜେଡି, ସମାଜବାଦି ପାର୍ଟି ଓ ଏନସିପିର ନେତୃବୁନ୍ଦଙ୍କ ସହ ଆଲୋଚନା କରିଥିଲେ ନିରଞ୍ଜନ । ସମ୍ପୃକ୍ତ କିଶାନ ମୋର୍ଚ୍ଚା ଆସନ୍ତା ୨୭ରେ ଭାରତ ବନ୍ଦ ଡାକରା ଦେଇଛି ।