ପ୍ରତିଶ୍ରୁତି ରକ୍ଷାକରିବେ ନବୀନ । ସରକାର ଗଠନର ପ୍ରଥମ ଦିନ ମିଳିବ ୨୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା । ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଓଡିଶାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦଳ ସରକାର ଗଢିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଟଙ୍କା ପାଇନଥିବା ଚାଷୀଙ୍କୁ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ପ୍ରଦାନ କରିବେ । ଶପଥ ଗ୍ରହଣ ଉସôବ ୨୯ ତାରିଖରେ ପ୍ରାୟ ୨୫ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବାକୁ ଚାଲିଛି ପ୍ରସ୍ତୁତି । ଏଠାରେ ସୂଚନାଯୋଗ୍ୟ ବିଜେଡି ସରକାର ନିର୍ବାଚନର କିଛି ଦିନ ପୂର୍ବରୁ ଓଡିଶାର ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିଥିଲେ । ଯେଉଁଥିରେ ସବୁ ବର୍ଗର ଚାଷୀଙ୍କୁ ଖରିଫ ଏବଂ ରବି ଋତୁରେ ଦୁଇଟି କିସ୍ତିରେ ୫ ହଜାର ଲେଖାଁଏ ମିଳିବାର ନିୟମ ଥିଲା ।୨୦୧୮-୧୯ ରୁ ୨୦୨୦-୨୧ ଯାଏଁ ୩ ବର୍ଷ ମଧ୍ୟରେ ଏହି ଯୋଜନା ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଥିଲା । କିନ୍ତୁ ନିର୍ବାଚନ କମିଶନ ଏହି ଯୋଜନା ନିର୍ବାଚନ ଆଚରଣବିଧୀ ଉଲ୍ଳଘନ କରୁଛି ଦର୍ଶାଇ ନିର୍ବାଚନ ସମୟରେ ଏହାକୁ ସ୍ଥଗିିତ ରଖିଥିଲେ । ନବୀନ ପଟ୍ଟନାୟକ ଏଥିପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏଣୁ ନିର୍ବାଚନ ପ୍ରଚାର ସମୟରେ ନବୀନ ଓଡିଶାର ସମସ୍ତ ଚାଷୀବର୍ଗଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯଦି ତାଙ୍କ ଦଳ କ୍ଷମତାକୁ ଆସିବ ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ପାଇନଥିବା ସମସ୍ତ ଚାଷୀଙ୍କୁ ଦୁଇ କିସ୍ତିର ଟଙ୍କା ପ୍ରଦାନ କରିବେ । ଏବେ ସମୟ ଆସିଯାଇଛି ନବୀନ ପଟ୍ଟନାୟକଙ୍କୁ ତୀଙ୍କ ପ୍ରତିଶ୍ରୁତି ପାଳନ କରିବା ପାଇଁ । ଆଉ ଏଥିପାଇଁ ପ୍ରଶାସନ ସ୍ତରରେ ବି ଯୋରସୋର ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶପଥ ଗ୍ରହଣ ଉସôବ ସରିବା ପରେ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ସହାୟତା ରାଶି ପ୍ରଦାନ କରିବେ ।

LEAVE A REPLY

Please enter your comment!
Please enter your name here