ଆରପାରିରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ । ସୋମବାର ଅପରାହ୍ନରେ ତାଙ୍କର ମୃତୁ୍ୟ ଘଟିଛି । ଜଣେ ନିଦେ୍ର୍ଦଶକ ଭାବେ ବେଶ ପରିଚିତ ବୀରୁ ଦେବଗନ । କେବଳ ନିଦେ୍ର୍ଦଶକ ନୁହେଁ ଜଣେ ଅଭିନେତା,ଲେଖକ,ପ୍ରଯୋଜକ ମଧ୍ୟ ଥିଲେ । ବୀରୁଙ୍କ ମୃତୁ୍ୟ ଖବର ପରେ ସାରା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘଦିନ ହେବ ଅସୁସ୍ଥ ଥିଲେ ବୀରୁ । ବୀରୁଙ୍କ ମୃତୁ୍ୟ ଖବର ପାଇ କିଛି ଷ୍ଟାର ଅଜୟ ଦେବଗନଙ୍କ ଘରେ ପହଁଞ୍ଚିଛନ୍ତି । ଆଜି ସଂନ୍ଧ୍ୟା ୬ ଟା ସମୟରେ ବୀରୁ ଦେବଗନଙ୍କ ଅନ୍ତିମ ସଂସ୍କାର କରାଯିବ ।

LEAVE A REPLY

Please enter your comment!
Please enter your name here