ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୨୪୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୫୦୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୩୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହେଲେଣି ୧,୨୮, ୮୫୯ ଏବଂ ଆକ୍ଟିଭ୍ କେସ ରହିଛି ୩୬,୫୮୦ । ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ-୨୯୧, କଟକ-୩୮୯, ଜଗତସିଂହପୁର-୧୨୬, ଝାରସୁଗୁଡା-୧୧୧, କଳାହାଣ୍ଡି-୧୧୪, କନ୍ଧମାଳ-୧୧୬, କେନ୍ଦ୍ରାପଡା-୧୦୩, ବାଲେଶ୍ୱର-୧୪୧, ବରଗଡ-୧୪୯, ଭଦ୍ର୍ରକ-୭୨, ଅନୁଗୁଳ-୮୪, ବଲାଙ୍ଗିର-୪୪, ବୌଦ୍ଧ-୯୪, ଦେଓଗଡ-୬, ଢେଙ୍କାନାଳ-୮୬, ଗଜପତି-୨୩, ଗଞ୍ଜାମ-୭୫, ଯାଜପୁର-୧୫୦,କେନ୍ଦୁଝର-୭୭, କୋରାପୁଟ-୯୮, ମାଲକାନଗିରି-୨୮, ମୟୂରଭଞ୍ଜ-୧୪୭, ନବରଙ୍ଗପୁର-୧୦୭, ନୟାଗଡ-୯୪, ନୂଆପଡା-୯୯, ରାୟଗଡା-୬୬, ସମ୍ବଲପୁର-୯୧, ସୋନପୁର-୧୨୯, ସୁନ୍ଦରଗଡ-୧୫୪, ଷ୍ଟେଟ୍ ପୁଲରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ୧୩ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୪ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଜପତି-୨, ବାଲେଶ୍ୱର, କଟକ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here