କର୍ତ୍ତବ୍ୟ ଆଗରେ ହାର ମାନିଛି ଜୀବନର ସବୁ ବାଧା ବିଘ୍ନ । ୮ ମାସର ଛୁଆ ପେଟରେ ଥାଇ ବି ଡ୍ୟୁଟିକୁ ଆସୁଛନ୍ତି ମୟୂରଭଞ୍ଜ ବେତନଟୀ ପୋଲିସ ଷ୍ଟେସନର ଏସଆଇ ମମତା ମିଶ୍ର । କରୋନା ଯୁଦ୍ଧରେ ନିଜକୁ ସାମିଲ କରିବା ସହ ଏହାକୁ ମୁକାବିଲା କରିବା ପାଇଁ ମମତା ଏକଦମ ପ୍ରସ୍ତୁତ । ନାଁ ହାର ମାନିଛନ୍ତି । ନାଁ ପଛଘୁଞ୍ଚା ଦେଇଛନ୍ତି । ଆଉ ଏହି ଘଟଣାକୁ ଏବେ ବେଶ୍ ପ୍ରଶଂସା କରିଛନ୍ତି ରାଜ୍ୟ ଡିଜିପି ଅଭୟ । ମୟୂରଭଞ୍ଜ ଗସ୍ତବେଳେ ମମତାଙ୍କୁ ଦେଖିବାକୁ ପାଇଥିଲେ ଡିଜି । ତାଙ୍କର ଅଦମ୍ୟ ସାହାସ ଓ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରିଛନ୍ତି ।