ବିଲେଇକୁ କରୋନା । ଆମେରିକାର ଦୁଇ ପୋଷା ବିଲେଇ କରୋନାରେ ସଙ୍କ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରିପାର୍ଟ ପଜିଟିଭ ଆସିଛି । ନୁୟର୍କ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହା ପଶୁ ପ୍ରେମୀଙ୍କୁ ଚକିତ କରିଛି । ଉଭୟଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି । ତେବେ ମଣିଷ ଠାରୁ ଏହି ସଙ୍କ୍ରମଣ ବ୍ୟାପିଥିବା କୁହାଯାଉଛି । ପୂର୍ବରୁ ହକଂ ଏବଂ ବେଲଜିଅମରେ ବି ବିଲେଇଙ୍କୁ କରୋନା ସଙ୍କ୍ରମିତ ହେବାର ଖବର ଆସିଥିଲା । ସେହିଭଳି ନ୍ୟୁୟର୍କ ସହରର ୫ ବାଘୁଣୀ ଏବଂ ୩ଟି ଆଫ୍ରିକାନ ସିଂହଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

LEAVE A REPLY

Please enter your comment!
Please enter your name here