ଚାନ୍ଦବାଲିସ୍ଥିତ ଉଗ୍ରତାରା ନିକଟରେ ଏକ 108 ଆମ୍ବଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ସେଥିରେ ଯାଉଥିବା ରୋଗୀ ଉପେନ୍ଦ୍ର ସାହୁ ଓ ହେଲପର ପ୍ରମୋଦ ପରିଡାଙ୍କ ମୃତ୍ୟୁ ହୋଇଛି. ସୂଚନା ଅନୁସାରେ, ଗୁରୁବାର ଉପେନ୍ଦ୍ରଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ. ମାତ୍ର ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭଦ୍ରକ ହସ୍ପିଟାଲ ନେଇଯିବା ପାଇଁ କହିଥିଲେ. ପରବର୍ତ୍ତୀ ସମୟରେ ତାଙ୍କୁ ଏକ 108 ଆମ୍ବୁଲାନ୍ସ ଯୋଗେ ଭଦ୍ରକ ହସ୍ପିଟାଲକୁ ନିଆଯାଉଥିଲା. ମାତ୍ର ଆମ୍ବୁଲାନ୍ସଟି ଦୃତ ଗତିରେ ଯାଉଥିବାରୁ ଭାରସାମ୍ୟ ହରାଇ ଶେଷରେ ଏକ ଗଛରେ ପିଟି ଦେଇଥିଲା. ଫଳରେ ଉପେନ୍ଦ୍ର ସାହୁ ଓ ପ୍ରମୋଦ ପରିଡା ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ. ଅନ୍ୟପଟେ ଆଉ ଦୁଇ ଜଣ ଗୁରୁତର ମଧ୍ୟ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଉପେନ୍ଦ୍ରଙ୍କ ପୁଅ ବିଜୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି. ଏହି ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି.

LEAVE A REPLY

Please enter your comment!
Please enter your name here