ବାତ୍ୟା ୟାସ୍ ଉତ୍ତର ଓଡିଶାରେ ଧ୍ବଂସର ତାଣ୍ଡବଲୀଳା ରଚିଛି । ପବନରେ ବହୁ ଗଛ ଭାଙ୍ଗିଯିବା ଓ କଚ୍ଚାଘର ଭାଙ୍ଗିପଡିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାର ଅଧିକାଁଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବା ସଂଲଗ୍ନ ନଦୀଗୁଡିକରେ ବନ୍ୟା ଜଳ ଆସିଛି । ହେକ୍ଟର ହେକ୍ଟର ଜମିରେ ବନ୍ୟାଜଳ ମାଡିଯାଇଥିବା ବେଳେ ବହୁ ଗାଁ ପାଣି ଘେରରେ ରହିଛି । ରାସ୍ତାଉପରେ ତିନିଫୁଟର ବନ୍ୟାଜଳ ମାଡିବା ଯୋଗୁ କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି । ପବନ କମିବା ପରେ ଏନଡିଆରଏଫ ଓ ଓଡ୍ରାଫ ଟିମ ଗଛକାଟି ରାସ୍ତା ଅବରୋଧ ହଟାଇବାରେ ଲାଗିଛନ୍ତି । ତଥାପି ପାଣିଘେରରେ ଥିବା ଲୋକଙ୍କ ପାଖରେ ରିଲିଫ ପହଞ୍ଚି ପାରିନାହିଁ । ଆଜି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ଓ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ।

LEAVE A REPLY

Please enter your comment!
Please enter your name here