ଖଇରା: ଜମିବାଡି ବିବାଦରୁ ଗାଁ ଦାଣ୍ଡରେ ଘଟିଯାଇଛି ମହାଭାରତ । ଗୋଡାଇ ଗୋଡାଇ କଟୁରିରେ ଆକ୍ରମଣର ଲାଇଭ ଭିଡିଓ ହୋଇଛି ଭାଇରାଲ । ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଶାସନ ଗ୍ରାମରେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକ ଜଣକ କଟୁରିରେ କରିଛି ଆକ୍ରମଣ । ସୂଚନା ଅନୁଯାୟୀ, ସେହି ଗ୍ରାମର ବାଦଲ ଉପାଧ୍ୟାୟ ଓ ସଦାଶିବ ପାଢୀଙ୍କ ମଧ୍ୟରେ ଦୀର୍ଘଦିନ ହେବ ଲାଗି ରହିଥିଲା ଜମିବାଡି ବିବାଦ । ତାହାକୁ କେନ୍ଦ୍ରକରି ଆଜି ବାଦଲ ଉପାଧ୍ୟାୟ ଓ ସଦାଶିବ ପାଢୀଙ୍କ ସ୍ତ୍ରୀ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା । ବଚସା ବଢିବାରୁ ବାଦଲ ଉତ୍‌କ୍ଷୀପ୍ତ ହୋଇ ଧାରୁଆ କଟୁରୀରେ ସଦାଶିବଙ୍କ ସ୍ତ୍ରୀ ସେବତୀଙ୍କୁ ହାଣିଥିଲେ । ଏବଂ ପରେ ମା’ କୁ ବଞ୍ଚାଇବା ପାଇଁ ତାଙ୍କ ଦୁଇ ଝିଅ ଓ ଜ୍ୱାଇଁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ବାଦଲ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା । ଫଳରେ ମା, ଦୁଇ ଝିଅ ଓ ଜ୍ୱାଇଁ ଗୁରୁତର ହୋଇଛନ୍ତି । ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ଖଇରା ଥାନାରେ ମାମଲା ରୁଜୁ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
(ରିପୋର୍ଟ : ରୁଚିକ ରଞ୍ଜନ ମହାପାତ୍ର, ସୋରୋ)

LEAVE A REPLY

Please enter your comment!
Please enter your name here