ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ 170 ମୃତଦେହ ଚିହ୍ନଟ କରାଯାଇଛି । ମୁଖ୍ୟଶାସନ ସଚିବ ଦେଇଥିବା ସୂଚନା ଅନୁଯାୟୀ, ଚିହ୍ନଟ ହେବା ପରେ ସମସ୍ତ ପ୍ରକ୍ରିୟା ସାରିବା ପରେ ସଂପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ମୃତଦେହ ହସ୍ତାନ୍ତର କରୁଛନ୍ତି । ଯେତେଶୀଘ୍ର ସମ୍ଭବ ଚିହ୍ନଟ ହେଉଥିବା ମୃତଦେହ ସଂପର୍କୀୟଙ୍କ ନିକଟକୁ ଡେଥ୍ ସାର୍ଟିଫିକେଟ ପଠାଇ ଦିଆଯିବ ବୋଲି ସେ କହିଛନ୍ତି । ଏପର୍ଯ୍ୟନ୍ତ ଦୁର୍ଘଟଣାରେ 275 ଜଣ ଯାତ୍ରୀ ପ୍ରାଣ ହରାଇଥିବା କୁହାଯାଉଛି । ଦୁର୍ଘଟଣାରେ 1175 ଜଣ ଆହତ ହୋଇଥିଲେ ।