ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ଶେଷ ଅଧ୍ୟାୟ ପାଇଁ ପ୍ରସ୍ତୁତି । ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ କମିଶନରେଟ ପୋଲିସ ଗିରଫ କରିବା ପରେ ସିବିଆଇ ବିବିନର ଟିଆଇ ପରେଡ କରିବ । ଆସନ୍ତାକାଲି ଝାରପଡା ଜେଲରେ ବିବନର ଟିଆଇ ପରେଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଟିଆଇ ପରେଡ ପାଇଁ ଅନୁମତି ଏବଂ ପାଞ୍ଚଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ସ୍ବତନ୍ତ୍ର ଜଜଙ୍କ ନିକଟରେ ଆବେଦନ କରିଥିଲା । ସ୍ବତନ୍ତ୍ର ଜଜ୍ ଟିଆଇ ପରେଡ ପାଇଁ ଅନୁମତି ଦେବା ସହ 4 ଓ 5 ତାରିଖ ଦୁଇଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଟିଆଇ ପରେଡ ପାଇଁ ସିବିଆଇକୁ ଅନୁମତି ମିଳିବା ପରେ ଅଞ୍ଜନା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା, ସିବିଆଇ ତାହାର ତଦନ୍ତ କରୁ । ବିବିନକୁ କିଏ ଫେରାର କରାଇଥିଲା ଏବଂ କାହା ଛତ୍ରଛାୟାରେ ସେ ଥିଲା, ତାହାର ତଦନ୍ତ ହେବା ଆବଶ୍ୟକ । ବାଇଶ ବର୍ଷ ପରେ 1999 କାଳରାତ୍ରିର ମୁଖ୍ୟ ଅପରାଧୀକୁ ଚିହ୍ନଟ କରିବି ବୋଲି ଅଞ୍ଜନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here