ଜେଏସଡବ୍ଲ୍ୟୁ କାରଖାନା ପାଇଁ ଜନଶୁଣାଣି ବେଳେ ପାଟିତୁଣ୍ଡ ହୋଇଛି । ଜଗତସିଂହପୁର ଏରସମା ବ୍ଲକ ଗୋବିନ୍ଦପୁରରେ ଜେଏସଡବ୍ଲ୍ୟୁ କାରଖାନା ପାଇଁ ଆଜି ଜନଶୁଣାଣି ହୋଇଥିଲା । ତେବେ ଲୋକଙ୍କ ସହିତ ଆଲୋଚନା ନହୋଇ ଲୋକଙ୍କ ମତାମତ ନ ନିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି । ଜେଏସଡବ୍ଲ୍ୟୁ ଅଧିକାରୀ ପ୍ରଥମେ କହିବାରୁ କିଛି ଲୋକେ ଏହାକୁ ବିରୋଧ କରିଥିଲେ । ପ୍ରଶାସନ ଆମ କଥା ଶୁଣନ୍ତୁ ଆମେ ତାଙ୍କ କଥା କାହିଁକି ଶୁଣିବୁ ବୋଲି ଲୋକମାନେ ପ୍ରଶ୍ନ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ କିଛି ଲୋକଙ୍କୁ ସେଠାରୁ ହଟାଇଦେଇଛି । ଏହି ବୈଠକରେ ଜଗତସିଂହପୁର ଜିଲ୍ଲାପାଳ , ଏସପି ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାଶ ଉପସ୍ଥିତ ଥିଲେ । ଏହାକୁ ବିରୋଧ କରି ଢିଙ୍କିଆ ଗାଁରେ ବିରୋଧୀ ଗୋଷ୍ଠି ସମାନ୍ତରାଳ ସଭା ଆୟୋଜନ କରାଯାଇଛି । ତେବେ ଜନଶୁଣାଣିକୁ ଢିଙ୍କିଆ ସମବାୟ ସମିତି ସଭ୍ୟଙ୍କୁ ଡକାଯାଇନଥିବାରୁ ଏଳଭି କରିଥିଲେ ପ୍ରତିବାଦ ।

LEAVE A REPLY

Please enter your comment!
Please enter your name here