ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ଉତ୍ତର ପ୍ରଦେଶର ସହାରାନପୁର ସହରର ଲୋକମାନେ କରିଛନ୍ତି ଶୋକଯାତ୍ରା । ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ସଂଖ୍ୟକ ଲୋକ ଗତକାଲି ବିଳମ୍ବିତ ରାତିରେ ସହରରେ ଏକ ଶୋକଯାତ୍ରା କରିଥିଲେ ଓ ସ୍ଲୋଗାନ ଦେଇଥିଲେ। ପୋଲିସ ଇନ୍ସପେକ୍ଟର ନବୀନ କୁମାର ସାଇନି କହିଛନ୍ତି ଯେ, ଜିଲ୍ଲାରେ ଧାରା ୧୬୩ ଲାଗୁ ହୋଇଥିବାରୁ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସ ଷ୍ଟେସନ ଇନ୍ସପେକ୍ଟର କହିଛନ୍ତି ଯେ ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିବା ଏବଂ ଆଇନ ଶୃଙ୍ଖଳା ପ୍ରଭାବିତ ହେବାର ଭୟ ଥିବାରୁ, ପୋଲିସ ଏହି ମାମଲାକୁ ଧ୍ୟାନରେ ନେଇ ୧୫୦ ରୁ ଅଧିକ ଅଜ୍ଞାତ ଲୋକଙ୍କ ସମେତ ୨୬ ଜଣ ନାମୀ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।














