କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଅବ୍ୟାହତ ରହିଥିବା ବେଳେ ଆଜି ଚାଷୀ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଚକାଜାମ୍ ଡାକରା ଦିଆଯାଇଛି । ଦିନ ବାରଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଚକାଜାମ୍ ପାଇଁ ଡାକରା ଦିଆଯାଇଛି । ପଞ୍ଜାବ ଓ ହରିୟାଣାରେ ଚାଷୀମାନେ ରାସ୍ତା ଅବରୋଧ କରିବା ସହ କୃଷି ଆଇନ ପ୍ରତ୍ୟାହାର ଦାବିରେ ସ୍ଲୋଗାନ ଦେଉଛନ୍ତି । ଓଡିଶା ସମେତ ଅଧିକାଂଶ ରାଜ୍ୟରେ ଚାଷୀମାନେ ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀ ସଂଗଠନର ଚକାଜାମ୍ ଆନ୍ଦୋଳନକୁ କଂଗ୍ରେସ ଓ ବାମପନ୍ଥୀ ସଂଗଠନଗୁଡିକ ସମର୍ଥନ ଦେଇଛନ୍ତି । ଦିଲ୍ଲୀ ସୀମାନ୍ତ ଗାଜିପୁର ଠାରେ ଚାଷୀସଂଗଠନଗୁଡିକ ଆନ୍ଦୋଳନ ଜାରି ରଖିଥିବା ବେଳେ ଦିଲ୍ଲୀ ପୋଲିସ ପକ୍ଷରୁ ବାରିକେଡକୁ କଡାକଡି କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଚାଷୀମାନେ ଦିଲ୍ଲୀରେ ଯେପରି ଟ୍ରାକ୍ଟର ରାଲି କରିବା ପାଇଁ ଅନୁମତି ନେଇ ବ୍ୟାପକ ହିଂସାକାଣ୍ଡ କଲେ, ତାହାକୁ ନଜରରେ ରଖି ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଅଧିକାଂଶ ରାଜ୍ୟରେ ତିନିଘଣ୍ଟା ପାଇଁ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଥିବା ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here