ରବିବାର ଦିନ ଇଣ୍ଡୋନେସିଆରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପ ପରେ ପରେ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଭାରତୀୟ ସମୟ ସନ୍ଧ୍ୟା 05.16 ମିନିଟରେ ଏହି ଭୂକମ୍ପର ଝଟକା ଅନୁଭବ କରିଥିଲେ ଇଣ୍ଡୋନେସିଆବାସୀ । ରିକ୍ଟର ସ୍କେଲରେ ଏହାର ତିବ୍ରତା 7 ଥିବା ସୂଚନା ମିଳିଛି ।

ୟୁଏସ ଜିୟୋଲାଜିକାଲ ସର୍ବେ ଅନୁସାରେ ଭୂକମ୍ପର କେନ୍ଦ୍ର ଲଂବୋକ୍ ଦ୍ୱୀପପୁଞ୍ଜ  ହେବା ସହ ଭୂପୃଷ୍ଠରୁ ଏହା 15 କିମି ତଳେ ସୃଷ୍ଟି ହୋଇଥିବା କୁହାଯାଇଛି ।

ସମୁଦ୍ର ନିକଟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି କିମ୍ବା ସଂପତ୍ତିର କ୍ଷୟକ୍ଷତିର ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here