ପୋଲିସ ଥାନାରେ ମହିଳାଙ୍କୁ ଗୁଳି । ପାସପୋର୍ଟ ଯାଞ୍ଚ ପାଇଁ ଥାନାକୁ ଯାଇଥିବା ବେଳେ ଅଚାନକ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବଇନିସପେକ୍ଟରଙ୍କ ବନ୍ଧୁକରୁ ଗୁଳି ଆସି ମହିଳାଙ୍କ ମୁଣ୍ଡରେ ବାଜିଥିଲା । ସାଙ୍ଗେ ସଙ୍ଗେ ସେ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲେ ହେଁ ଆହତ ମହିଳାଙ୍କ ପରିବାର ପୋଲିସ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଗୁଳି କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ଉତ୍ତରପ୍ରଦେଶର ଆଲିଗଡ ପୋଲିସ ଥାନାରେ । ଥାନାର ସିସିଟିଭି ଫୁଟେଜରେ ମହିଳା ଜଣକ ପାସପୋର୍ଟ ଭେରିଫିକେସନ ଜଣେ ବ୍ୟକ୍ତିଙ୍କ ପଛରେ ଅପେକ୍ଷା କରି ଛିଡା ହୋଇଥିଲେ । ସାମାନରେ ଟେବୁଲ ଆରପାଖରେ ଛିଡା ପୋଲିସ ପୋଲିସ ସବଇନିସପେକ୍ଟର ତାଙ୍କ ବନ୍ଧୁକ ଟେଷ୍ଟ କରୁଥିବା ବେଳେ ଅଚାନକ ମିସ୍ ଫାୟାର୍ ହୋଇଥିଲା । ଗୁଳି ମହିଳାଙ୍କ ମୁଣ୍ଡରେ ବାଜିବା ଯୋଗୁ ସେ ଘଟଣାସ୍ଥଳରେ ତଳେ ପଡି ଯାଇଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ମହିଳାଙ୍କ ପରିବାର ଲୋକେ କହିଛନ୍ତି, ପାସପୋର୍ଟ ଭେରିଫିକେସନ ରିପୋର୍ଟ ପାଇଁ ସଂପୃକ୍ତ ପୋଲିସ ଅଧିକାରୀ ତାଙ୍କୁ ଲାଞ୍ଚ ମାଗୁଥିଲେ ଏବଂ ବାରମ୍ବାର ଥାନାକୁ ଦଉଡାଉଥିଲେ । ଘଟଣାଦିନ ମହିଳାଙ୍କ ସହ ପୋଲିସ ଅଧିକାରୀଙ୍କ ପାଚିତୁଣ୍ଡ ହୋଇଥିଲା । ତେଣୁ ସେ ଉଦ୍ଦେଶ୍ୟମୂଳକ ଭାବେ ଗୁଳି କରିଥାଇପାରନ୍ତି । ଅନ୍ୟପକ୍ଷରେ ଘଟଣା ପରେ ସଂପୃକ୍ତ ପୋଲିସ ଏସଆଇ ଫେରାର ହୋଇଯାଇଛନ୍ତି । ପୋଲିସ ଏସଆଇଙ୍କୁ

LEAVE A REPLY

Please enter your comment!
Please enter your name here