ଇସ୍ରାଏଲ ଇରାନକୁ ଦେଲା ଖୋଲା ଧମକ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର ଚେତାବନୀ ଜାରି କରିଛନ୍ତି , ସେ କହିଛନ୍ତି,ଇରାନର ନୂଆ ଲିଡର ଆମର ଟାର୍ଗେଟରେ ରହିବ । ଆମେ ତାଙ୍କୁ ମଧ୍ୟ ସମାପ୍ତ କରି ଦେବୁ । ସେ କହିଛନ୍ତି ଇରାନରେ ନିଯୁକ୍ତ ଯେ କୌଣସି ନୂଆ ନେତା ଯଦି ଆମ ଦେଶକୁ ଧ୍ୱଂସ କରିବାର ଯୋଜନା କରିବେ ତେବେ ତାଙ୍କୁ ମଧ୍ୟ ଆମେ ସମାପ୍ତ କରି ଦେବୁ । ଆମକୁ ଫରକ ପଡିବ ନାହିଁ ଯେ, ନୂଆ ନେତା କିଏ ଏବଂ ତାଙ୍କ ନାଁ କଣ । ସୂଚନା ଅନୁଯାୟୀ ଖାମେନିଙ୍କ ପୁଅ ମୁଜ୍ଜତବା ଇରାନର ନୂଆ ସୁପ୍ରିମ ଲିଡର ହୋଇଛନ୍ତି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟଜ କହିଛନ୍ତି, ଆମେରିକାର ସହଯୋଗୀଙ୍କ ସହ ମିଶି ଶାସନର କ୍ଷମତାକୁ ଦଳିବା ପାଇଁ ପୂରା ସାମର୍ଥ୍ୟର ସହ କାମ କରିବା ଜାରି ରଖିବୁ । ଆମେ ଏମିତି ସ୍ଥିତି ଉତ୍ପନ କରିବୁ, ଯେଉଁଥିରେ ଇରାନୀ ଲୋକେ ଏହି ଶାସନକୁ ଉଖାଡି ଫିଙ୍ଗି ଦେବେ । ସୁଚନାଯୋଗ୍ୟ, ବୁଧବାର ତେହରାନ ଏବଂ ଏହାର ଆଖାପାଖ ଅଞ୍ଚଳରେ ବିସ୍ଫୋରଣ ଘଟିଛି । ଇସ୍ରାଏଲ କହିଛି, ଇରାନ ପକ୍ଷରୁ ହୋଇଥିବା ମିସାଇଲ ମାଡ କାରଣରୁ ନିଜର ସୁରକ୍ଷା ପ୍ରଣାଳୀକୁ ସକ୍ରିୟ କରିବାକୁ ପଡିଛି ।











