ଠିକ୍ ପଢିଛନ୍ତି ଆପଣ. ଏଭଳି ଏକ କମ୍ପାନୀ ଯିଏ ନିଜ କର୍ମୀଙ୍କୁ ଏଭଳି ଦଣ୍ଡ ଦେଉଛି. ସେମାନଙ୍କର ଏତିକି ଭୁଲ ଥାଏ, ଯେ ସେମାନେ ଠିକ୍ ସମୟରେ କାମ ସମାପ୍ତ କରିପାରନ୍ତି ନାହିଁ ଆଉ ଠିକ୍ ସମୟରେ ଟାର୍ଗେଟ ପୂରା କରିପାରନ୍ତି ନାହିଁ. ଏହାପରେ ଚମଡା ବେଲ୍ଟରେ ୱାର୍କରମାନଙ୍କୁ ପଶୁ ଭଳି ମାଡଖାଇବାକୁ ମଧ୍ୟ ପଡେ. ତଥାପି ଏତିକିରେ ମନବୁଝେନି ଯେ, ଏହି ଭୁଲ ପାଇଁ ଟଏଲେଟ ମଗ୍ ରେ ପାଣି ବି ପିଇବାକୁ ଦିଆଯାଏ. ତେବେ ଏହି ଅମାନୁଷିକ କାର୍ଯ୍ୟ ଏକଲା ନୁହେଁ ବରଂ ସବୁ ଷ୍ଟାଫମାନଙ୍କ ଆଗରେ କରାଯାଏ. ଏଥିପାଇଁ ଅଧିକାଂଶ ସମୟରେ କର୍ମୀଙ୍କ ଦରମା ମଧ୍ୟ ବନ୍ଦ କରିଦିଆଯାଏ. ଗୁଇଜହୋ ନାମକ ଏକ କମ୍ପାନୀ ନିଜ ଷ୍ଟାଫମାନଙ୍କୁ ଏଭଳି ଦଣ୍ଡ ବିଧାନ କରିଥାଏ. ଯଦି କୌଣସି ଷ୍ଟାଫ୍ ଠିକ ଭାବରେ ଡ୍ରେସଅପ ହୋଇ ଆସିନଥାନ୍ତି କିମ୍ବା କିଛି ଫର୍ମାଲ ପିନ୍ଧିବା ଭୁଲି ଯାଇଥାନ୍ତି, ତାହାଲେ ତାଙ୍କୁ  522 ଟଙ୍କା ଜୋରିମାନା ଦେବାକୁ ପଡିଥାଏ. ତେବେ, ଇତିମଧ୍ୟରେ କମ୍ପାନୀର 3 ଜଣ ମ୍ୟାନେଜରଙ୍କୁ ଷ୍ଟାଫମାନଙ୍କ ସହ ଏଭଳି ବ୍ୟବହାର ପାଇଁ  5ରୁ 10 ଦିନ ପର୍ଯ୍ୟନ୍ତ ଜେଲ ମଧ୍ୟ ହୋଇସାରିଛି.

LEAVE A REPLY

Please enter your comment!
Please enter your name here