ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ନୂତନ ଶାନ୍ତି ଆଲୋଚନା ଆରମ୍ଭ ହେବାକୁ ଥିବାବେଳେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ତାଲିବାନ ସରକାରକୁ ଏକ କଡ଼ା ସତର୍କତା ଜାରି କରି ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି।ଜଣେ ସାମ୍ବାଦିକଙ୍କ ଦ୍ୱାରା ଆଫଗାନିସ୍ତାନରେ ତାଲିବାନ ସହିତ ମୁକାବିଲା କରିବା ପାଇଁ ସାମରିକ ମୁକାବିଲା ଏକମାତ୍ର ବିକଳ୍ପ କି ବୋଲି ପଚରାଯିବାରୁ, ଆସିଫ କହିଥିଲେ, ‘ଯୁଦ୍ଧ ହେବ।’ ବୁଧବାର ଏକ ଟେଲିଭିଜନ ସାକ୍ଷାତକାର ସମୟରେ ଦିଆଯାଇଥିବା ଏହି ଉତ୍ତେଜକ ମନ୍ତବ୍ୟ, ତୁର୍କୀ ଏବଂ କାତାରର ମଧ୍ୟସ୍ଥତାରେ ତୁର୍କୀରେ ବରିଷ୍ଠ ଆଫଗାନିସ୍ତାନ ଏବଂ ପାକିସ୍ତାନୀ ପ୍ରତିନିଧିମଣ୍ଡଳୀ ସାକ୍ଷାତ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ଆସିଥିଲା।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କାବୁଲ ସରକାର ଉପରେ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବା ଏବଂ ସୀମାପାର ଆକ୍ରମଣକୁ ଅଣଦେଖା କରିବା ଅଭିଯୋଗ ଲଗାଇଛନ୍ତି। ଏହାପରେ ଆଫଗାନିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରିଛି।

LEAVE A REPLY

Please enter your comment!
Please enter your name here