ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀକୁ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ପୁରାପୁରୀ ଛାଇ ଯାଇଛନ୍ତି ସୀମା ହାଇଦର । ଭାରତୀୟ ଗଣମାଧ୍ୟମ ସୀମାଙ୍କ ପିଚ୍ଛା ଛାଡୁନି । ଯଦିଓ ଅଦାଲତରେ ସୀମାଙ୍କୁ ଜାମିନ ମିଳିଯାଇଛି, ତଥାପି ସୀମା ହାଇଦରଙ୍କ ଲଭ୍ ଷ୍ଟୋରୀକୁ ସହଜରେ କେହି ଗ୍ରହଣ କରିପାରୁନାହାଁନ୍ତି । ସୀମା ଯେ ପାକିସ୍ତାନର ଅଶିକ୍ଷିତ ଗାଉଁଲି ମହିଳା ନୁହଁନ୍ତି, ତାହା ସ୍ପଷ୍ଟ ହୋଇସାରିଲାଣି । ସୀମାଙ୍କ କଥାବାର୍ତ୍ତା , ହିନ୍ଦୀ ଓ ଇଂଗ୍ରାଜୀରେ କଥା ହେବା ଏବଂ ଚାରୋଟି ପିଲାଙ୍କୁ ଧରି ତିନୋଟି ଦେଶ ଦେଇ ଭାରତକୁ ପ୍ରବେଶ କରିବା କଥାକୁ କେହି ହଜମ କରିପାରୁନାହାଁନ୍ତି । ପାକିସ୍ତାନ ତୁଳନାରେ ଭାରତୀୟ ଯଦିଓ ଉଦାର, ତଥାପି ଏବେ ଭାରତୀୟଙ୍କ ସନ୍ଦେହ ଦୃଷ୍ଟିରେ ଅଛନ୍ତି ସୀମା ହାଇଦର । ଅନେକ ବିଶ୍ବାସ କରୁଛନ୍ତି, ସୀମା ହାଇଦର ପ୍ରେମ କାହାଣୀ ଶୁଣାଇ ଭାରତୀୟଙ୍କୁ ବୋକା ବନେଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ପାକିସ୍ତାନ ବିରୋଧରେ ମିଡିଆରେ ସେ ଦେଉଥିବା ମନ୍ତବ୍ୟ କେବଳ ଭାରତୀୟଙ୍କୁ ଖୁସି କରିବା ପାଇଁ ସେ କହୁଛନ୍ତି । ମାତ୍ର ଅସଲରେ ତାଙ୍କର ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି । ଜଣେ ସାଧାରଣ ମହିଳା ପ୍ରେମ ପାଇଁ ଏଭଳି କରିବା ବିଶ୍ବାସଯୋଗ୍ୟ ନୁହଁ । ପାକିସ୍ତାନୀ ଗୁପ୍ତଚର ଭାବେ ସେ ଭାରତ ମଧ୍ୟକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି । କେବଳ ଭାରତୀୟ ନୁହଁନ୍ତି, ଭାରତର ଗୁଇନ୍ଦା ସଂସ୍ଥା ମଧ୍ୟ ସୀମା ହାଇଦରଙ୍କ କାର୍ଯ୍ୟ ଉପରେ ତୀକ୍ଷଣ ନଜର ରଖିଥିବା କୁହାଯାଉଛି । ସୀମା ଅସୁସ୍ଥ ଥିବା ରିପୋର୍ଟ ଆସିବା ପରେ ଘରେ ତାଙ୍କର ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here