ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୬୨ ରହିଛି । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି । କରୋନାରୁ ସୁସ୍ଥ ହେଲେଣି ୧୭,୩୭୩, ଆକ୍ଟିଭ୍ କେସ୍ ରହିଛି ୧୦,୫୪୫ । ଗଞ୍ଜାମରୁ ସର୍ବାଧିକ ୩୩୨ , ଖୋର୍ଦ୍ଧାରୁ ୩୧୨ , ଗଜପତି୮୯, କେନ୍ଦୁଝର୭୭, କୋରାପୁଟ୭୩, କଟକରୁ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୪୭, ବାଲେଶ୍ୱରରୁ ୨୯, ରାୟଗଡାରୁ ୨୪ ଚିହ୍ନଟ । ମୟୂରଭଞ୍ଜରୁ ୨୨, ବଲାଙ୍ଗିର-୨୧, ଯାଜପୁର-୨୦, କନ୍ଧମାଳ, ମାଲକାନଗିରି ଓ କେନ୍ଦ୍ରାପଡାରୁ ୧୪ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀ ଓ ଅନୁଗୁଳରୁ ୧୧ ଲେଖାଏଁ , ବରଗଡରୁ ୧୦ , କଳାହାଣ୍ଡି ଓ ନୂଆପଡାରୁ ୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ-୭, ସୁବର୍ଣ୍ଣପୁର ଓ ସୁନ୍ଦରଗଡରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ, ଝାରସୁଗୁଡା ଓ ଭଦ୍ରକରୁ ମଧ୍ୟ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କରୋନାରେ ଆଜି ଗଡିଛି ୭ ମୁଣ୍ଡ । ଗଞ୍ଜାମରୁ ୩, ରାୟଗଡାରୁ୨, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୩ ମୃତକ ପୁରୁଷ । ସେମାନଙ୍କ ବୟସ ୫୬, ୩୯,୫୫ । ଭୁବନେଶ୍ୱରରେ ଜଣେ ୫ ବର୍ଷୀୟ ପୁତ୍ର ସନ୍ତାନ ଆଖି ବୁଜିଛି । କଟକର ଜଣେ ୪୫ ବର୍ଷୀୟ ଯୁବକ ମୃତ । ରାୟଗଡାରୁ ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ୩୧ ବର୍ଷୀୟ ଯୁବକ ମୃତ । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫୪ କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here