ଗୋଟିଏ ରାତି ପାଇଁ ପତ୍ନୀ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ବିଶ୍ୱରେ ବିଭିନ୍ନ ପରମ୍ପରା ରହିଛି । ହେଲେ ଚୀନର ଏକ ଏମିତି ଯାଗା ଅଛି ଯେଉଁଠି ବିବାହର କୌଣସି ଅସ୍ତିତ୍ୱ ନଥାଏ । ଏଠାରେ କୌଣସି ବ୍ୟକ୍ତି ବିବାହ କରିନଥାନ୍ତି । ଦକ୍ଷୀଣ-ପଶ୍ଚିମ ଚୀନର ମୁସୋ ଜନଜାତିରେ ଏମିତି ପରମ୍ପରା ରହିଛି । ଏଠାରେ ଲୋକମାନେ ବିନା ବିବାହରେ ନିଜ ପାର୍ଟନରଙ୍କ ସହ ରହିଥାନ୍ତି । ତାହା ପୁଣି ଗୋଟିଏ ରାତି । ସମ୍ପର୍କ ରଖିବା ଭିତରେ ଯଦି କୌଣସି ସନ୍ତାନ ରହିଯାଏ ତେବେ ଜନ୍ମ ପରେ ଏହାର ଦାୟିତ୍ୱ ନେଇଥାଏ ମା । ପରମ୍ପରା ମୁତାବକ ଏଠାରେ ପୁରୁଷ ମହିଳା ଏକତ୍ର ରୁହନ୍ତି ନାହିଁ ସତ ମାତ୍ର ରାତିରେ ଏକାଠି ଶୋଇଥାନ୍ତି । ମହିଳାଙ୍କୁ ଅଧିକାର ଦିଆଯାଇଛି କି ସେମାନେ ଯେତେବେଳେ ଯେଉଁ ପୁରୁଷକୁ ଚାହିଁବେ ନିଜ ପାର୍ଟନର ଭାବେ ବାଛି ପାରିବେ । ଏଠାରେ ପୁରୁଷମାନେ ଦିନସାରା ମାଛ ଚାଷ କରିଥାନ୍ତି । ଏବଂ ରାତିରେ ଝିଅ ମାନଙ୍କ ଘରକୁ ଯାଇଥାନ୍ତି । ଝିଅମାନେ ବଡ ହେବା ପରେ ତାଙ୍କୁ ଅଲଗା ଘର ଦିଆଯାଏ । ଫଳରେ ସେମାନେ ନିଜ ଇଛାରେ ପୁରୁଷଙ୍କୁ ଡାକି ରାତି ବିତାଇପାରିବେ ।

LEAVE A REPLY

Please enter your comment!
Please enter your name here