ଖୁବଶ୍ରୀଘ୍ର ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେବେ ମେଲାନିଆ । ୧୫ ବର୍ଷର ଟ୍ରାଞ୍ଜାକ୍ସାନାଲ ମ୍ୟାରେଜ ବା ଆବଶ୍ୟକତା ପୂରଣ ବିବାହର ପରିସମାପ୍ତି ପାଇଁ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ସମୟକୁ ଅପେକ୍ଷା କରିଛନ୍ତି । ସେଥିପାଇଁ ସେ ଟ୍ରମ୍ପଙ୍କ ହ୍ୱାଇଟ୍ ହାଉସ ଛାଡିବା ମୁହୁର୍ତ୍ତକୁ ଅପେକ୍ଷା କରିଛନ୍ତି ବୋଲି ମେଲାନିଆଙ୍କର ଜଣେ ପୂର୍ବତନ ସହଯୋଗୀ ଦାବି କରିଛନ୍ତି । ହ୍ୱାଇଟ୍ ହାଉସର ଏହି ପୂର୍ବତନ ସହଯୋଗୀ ଜଣଙ୍କ କହିଛନ୍ତି, ଦମ୍ପତ୍ତିଙ୍କର ୧୫ ବର୍ଷୀୟ ବିବାହର ପରିସମାପ୍ତି ଘଟିଛି । ଟ୍ରମ୍ପ ହ୍ୱାଇଟ୍ ହାଉସରୁ ବିଦାୟନେବାବେଳେ ମେଲାନିଆ ଛାଡପତ୍ର ଦେବେ ବୋଲି ଅପେକ୍ଷା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ୨୦୦୫ରେ ବିବାହ କରିଥିଲେ । ଟ୍ରମ୍ପଙ୍କ ତୃତୀୟ ପତ୍ନୀ ହେଉଛନ୍ତି ମେଲାନିଆ । ୧୯୯୮ ମସିହାରେ ଟ୍ରମ୍ପ ଏବଂ ମେଲାନିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେତେବେଳେ ଟ୍ରମ୍ପଙ୍କୁ ୫୨ ବର୍ଷ ଏବଂ ମେଲାନିଆଙ୍କୁ ୨୮ ବର୍ଷ ହୋଇଥିଲା । ନ୍ୟୁୟର୍କରେ ଫ୍ୟାଶନ ସପ୍ତାହ ଚାଲିଥିଲା । ଏହାପରେ ଦୁହେଁ ଟାଇମ୍ସ ସ୍କୋୟାରର କିଟ୍ କାଟ୍ କ୍ଲବର ଏକ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ୨୦୦୪ରେ ମେଲାନିଆଙ୍କୁ ଦେଢ ମିଲିୟନ ଡଲାରର ହୀରା ମୁଦି ପିନ୍ଧାଇ ବିବାହ ପ୍ରସ୍ତାବ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here