ତୃତୀୟଥର ପାଇଁ ଟି-ଟ୍ଵେଣ୍ଟି ବିଶ୍ଵକପ ଜିତିଲା ଭାରତ। ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ବିଶ୍ଵକପ୍ ଟ୍ରଫି ଜିତିଛି। ପ୍ରଥମ ଦଳ ଭାବେ ତୃତୀୟଥର ବିଶ୍ଵକପ୍ ଜିତିଛି ଭାରତ। । ଏହା ପୂର୍ବରୁ ଭାରତ ୨୦୦୭, ୨୦୨୪ରେ ଜିତିଥିଲା ବିଶ୍ଵକପ୍ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୫ ରନ୍ ସ୍କୋର୍ କରିଥିଲା ଓ ନ୍ୟୁଜିଲାଣ୍ଡକୁ ଦେଇଥିଲା ୨୫୬ ରନ୍ର ବିଜୟ ଲକ୍ଷ୍ୟ । ।୨୦ ଓଭରରେ ଭାରତ ୫ ୱିକେଟ ହରାଇ ୨୫୫ ରନ୍ କରିଥିଲା । ଖେଳ ଆରମ୍ଭରୁ ହିଁ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ନ୍ୟୁଜିଲାଣ୍ଡ ୧୫୯ ରନ୍ରେ ଅଲଆଉଟ୍ ହୋଇ ରନର୍ସ ଅପ୍ ହୋଇଛି । ଭାରତ ଫାଇନାଲ୍ ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ଠାରୁ ୬ ବଲ୍ ବାକି ଥାଇ ୯୬ ରନ୍ରେ ଜିତି ଚାମ୍ପିଅନ୍ ହୋଇଛି ।













