ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନ । ଦଶନ୍ଧିର ପ୍ରଥମ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଲୋକେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠରେ ମୋଦିଙ୍କୁ ଜିତାଇଛନ୍ତି । ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କ ଉନ୍ନତି ଆମ କର୍ତ୍ତବ୍ୟ । ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି । ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସଟି ପ୍ରମାଣ କରିଛି । ଜିଏସଟି ଯୋଗୁଁ ଇନସ୍ପେକ୍ଟର ରାଜର ପରିସମାପ୍ତି ଘଟିଛି । ଗତ ଦୁଇ ବର୍ଷରେ ଆମେ ନୂଆ ୧୬ ଲକ୍ଷ ଟିକସଦାତାଙ୍କୁ ଯୋଡିଛୁ । ଚଳିତ ବଜେଟରେ ୩ଟି ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି । ୧-ଆସପାଇରେସନାଲ ଇଣ୍ଡିଆ୨- ଇକୋନୋମିକାଲ ଡେଭଲପମେଣ୍ଟ, ତୃତୀୟରେ କେୟାରିଂ ସୋସାଇଟି ଉପରେ ବଜେଟରେ ଗୁରୁତ୍ୱାରୋପ

LEAVE A REPLY

Please enter your comment!
Please enter your name here