ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ‘ଗାର୍ଡ ଅଫ ଅନର’ ସମ୍ମାନ ପ୍ରଦାନ କରାଗଲା। ସେଠାରୁ ସେ ସିଧାସଳଖ ହାଇଦ୍ରାବାଦ ହାଉସ ପହଞ୍ଚି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ। ହାଇଦ୍ରାବାଦ ହାଉସରେ ପିଏମ ମୋଦୀ କହିଛନ୍ତି, ଆପଣଙ୍କ ଏହି ଯାତ୍ରା ବହୁତ ଐତିହାସିକ । ୨୦୦୧ରେ ଯେବେ ଆପଣ କାର୍ଯ୍ୟଭାର ସମ୍ଭାଳିଲେ ସେହି ସମୟରେ ଦୁଇ ଦେଶର ସମ୍ବନ୍ଧରେ ଏକ ମଜବୁତ ମୂଳଦୁଆ ପକାଇଥିଲେ । ଦ୍ୱିପାକ୍ଷିକ ବାର୍ତ୍ତା ଆଲୋଚନା ହେବା ପୂର୍ବରୁ ପିଏମ ମୋଦୀ କହିଛନ୍ତି, ୨୦୦୧ରେ ଆପଣ ଯେଉଁ ଭୂମିକା ନିର୍ବାହ କରିଛନ୍ତି, ଏହା ଏକ ଦୂରଦର୍ଶୀ ନେତା ଭାବେ ଆପଣଙ୍କୁ ପରିଚୟ ଦେଇଛି । ଏହାର ଏକ ଉତ୍ତମ ଉଦାହରଣ ହେଉଛି ଭାରତ ଓ ରୁଷ ସମ୍ବନ୍ଧ । ୟୁକ୍ରେନ ସଙ୍କଟ ପରେ ଆମ ମଧ୍ୟରେ ଲଗାତାର ଆଲୋଚନା ଚାଲିଛି । ଆପଣ ଏହି ବିଷୟରେ ଆମକୁ ଅବଗତ କରାଇଛନ୍ତି । ସମସ୍ତ କଲ୍ୟାଣ ଶାନ୍ତିର ମାର୍ଗରେ । ଆମ ସମସ୍ତଙ୍କୁ ମିଶି ଶାନ୍ତିର ମାର୍ଗ ବାହାର କରିବାକୁ ପଡିବ । ଗତ ଦିନରେ ଯେଉଁ ପ୍ରୟାସ ଚାଲିଛି ଏଥିରୁ ଆମେ ଶାନ୍ତିର ମାର୍ଗକୁ ଫେରିବୁ ବୋଲି ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here