ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ନିଜର ଗର୍ଲ ଫ୍ରେଣ୍ଡ ଡେନ୍ନି ୱିଲ୍ସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି. ଏହି ଖୁସି ଖବରକୁ ସ୍ମିଥ୍ ସୋସିଆଲ୍ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ. ଏହା ସହ ସେ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ‘ଆଜି ମୁଁ ମୋର ପ୍ରିୟ ସାଙ୍ଗକୁ ବିବାହ କଲି’ ବୋଲି ଟ୍ୱିଟ୍ କରିଥିଲେ. ଏହି ଦିନଟି ତାଙ୍କ ପାଇଁ ସ୍ମରଣୀୟ ବୋଲି କହିବା ସହ ଡେନ୍ନିଙ୍କର ପ୍ରଂଶସା କରିଥିଲେ. ତେବେ ସ୍ମିଥ୍ ଓ ଡେନ୍ନି ଚଳିତ ବର୍ଷ ଆରମ୍ଭରୁ, ଅର୍ଥାତ୍ ଫେବୃୟାରୀ ମାସରେ ତାଙ୍କ ବିବାହ ସଂପର୍କରେ ଘୋଷଣା କରିଥିଲେ. ଗତ ବର୍ଷ ଉଭୟ ନିର୍ବନ୍ଧ କରିଥିଲେ. ସ୍ମିଥ୍ ନିଜ ଗର୍ଲ ଫ୍ରେଣ୍ଡ ଡେନ୍ନିଙ୍କୁ ନିୟୁର୍କର ପ୍ରସିଦ୍ଧ ରକଫେଲର ସେଣ୍ଟର ଉପରକୁ ଯାଇ ପ୍ରପୋଜ୍ କରିଥିଲେ ଯାହାକୁ ଡେନ୍ନି ଗ୍ରହଣ କରିନେଇଥିଲେ.

LEAVE A REPLY

Please enter your comment!
Please enter your name here