ପୁରୁଷ ହକି ବିଶ୍ୱକପର ଲିଗ ଓ କ୍ରସ ଓଭର ମ୍ୟାଚ ଶେଷ ହୋଇଛି । ବୁଧବାର ଆରମ୍ଭ ହେବ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ । ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ  ଆର୍ଜେଣ୍ଟିନା ଏବଂ ସଂଧ୍ୟା ୭ ଟାରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଅଷ୍ଟ୍ରେଲିଆ । ବିଜୟୀ ଦଳ ସିଧାସଳଖ ସେମି ଫାଇନାଲରେ ପ୍ରବେଶ କରିବ ।

ତେବେ ଆସନ୍ତାକାଲି କ୍ୱାର୍ଟର ଫାଇନାଲ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ଜର୍ମାନୀ ବିପକ୍ଷ ବେଲଜିୟମକୁ ଭେଟିବ । ଏହା ପରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହେବ । ବିଶ୍ୱ ହକି ଲିଗରେ ନେଦରଲାଣ୍ଡ ପୂର୍ବରୁ ତିନି ତିନି ଥର ସ୍ୱର୍ଣ୍ଣ ପଦକ ହାସଲ କରି ସାରିଥିବାବେଳେ ଭାରତଠାରୁ ବହୁ ଆଗରେ ରହିଛି ।

ତେବେ ଗତକାଲି ଖେଳାଯାଇଥିବା କ୍ରସ୍‌ଓଭର ମ୍ୟାଚର ଶେଷ ଦିନରେ ପାକିସ୍ତାନକୁ ବେଲଜିୟମ ୫-୦ ଅତି ଶୋଚନୀୟଭାବେ ପରାସ୍ତ କରିଛି । ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୫-୦ ଗୋଲରେ କାନାଡାକୁ ପରାସ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here