ଆମେରିକାକୁ ପଛରେ ପକାଇଲା ଚୀନ୍ । ବିଶ୍ୱର ସବୁଠାରୁ ଧନଶାଳୀ ରାଷ୍ଟ୍ରଭାବେ ପରିଚିତ ଲାଭ କଲା ସର୍ବାଧିକ ଜନବହୁଳ ରାଷ୍ଟ୍ର । ୨୦୦୦ରେ ଚୀନର ସମ୍ପତ୍ତି ପରିମାଣ ୭ ଟ୍ରିଲିୟନ ଡଲାର ଥିବାବେଳେ ୨୦୨୦ରେ ଏହାର ପରିମାଣ ୧୨୦ ଟ୍ରିଲିୟନ ଡଲାର । ତେବେ ବୃଦ୍ଧି ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ଚୀନର ଏକ ତୃତୀୟାଂଶ ରହିଥିଲା । ରିପୋର୍ଟ ଅନୁଯାୟୀ ବିଶ୍ବର ସବୁଠାରୁ ଧନୀ ଦେଶ ଚୀନ ଓ ଦ୍ୱିତୀୟକୁ ଖସି ଆସିଥିବା ଆମେରିକାର ଧନର ଏକ ବଡ଼ ଅଂଶ କେବଳ କିଛି ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ପାଖରେ ରହିଛି । ଅନ୍ୟପଟେ ଧନୀ ଦେଶ ଗୁଡ଼ିକରେ ସବବୁଠାରୁ ଅଧିକ ଧନ ଦଶ ପ୍ରତିଶତ ଜନସଂଖ୍ୟାଙ୍କ ପାଖରେ ରହିଛି । ରିପୋର୍ଟରେ ଆହୁରି କୁହାଯାଇଛି କି ଏହିସବୁ ଧନୀ ଦେଶ ଗୁଡ଼ିକରେ ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଛି । ଯାହାଫଳରେ ଧନୀ ଓ ଗରିବ ଦେଶ ଗୁଡ଼ିକ ମଧ୍ୟରେ ଏକ ଅନ୍ତର ବଢ଼ିଚାଲିଛି ।

LEAVE A REPLY

Please enter your comment!
Please enter your name here