୪୩ ଦିନରେ ପହଁଞ୍ଚିଛି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ରୁଷ ରାଷ୍ଟ୍ରପତି ଲଗାତାର ୟୁକ୍ରେନର ଅଲଗା ଅଲଗା ସହରକୁ ଆକ୍ରମଣ କରୁଛନ୍ତି । ଯୁଦ୍ଧର ବିଭୀଷିକା ମଧ୍ୟରେ ପୁଟିନଙ୍କ ଦୁଇ ଝିଅକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଦୁଇଝିଅଙ୍କ ସମ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଘୋଷଣା କରିଛି ଆମେରିକା । ଆମେରିକା ଆରୋପ ଲଗାଇଛି ଯେ, ରୁଷ ରାଷ୍ଟ୍ରପତି ପୁଟିନ୍ ନିଜର ସମ୍ପତ୍ତି ଲୁଚାଉଛନ୍ତି ଏବଂ ଏଥିରେ ସହଯୋଗ କରୁଛନ୍ତି ତାଙ୍କର ଦୁଇ ଝିଅ । ରାଷ୍ଟ୍ରପତି ପୁଟିନ୍ ନିଜ ପରିବାର ସଦସ୍ୟଙ୍କ ନାଁରେ ନିଜର ସମ୍ପତ୍ତି ଲୁଚାଇ ରଖିଥିବା ଆରୋପ ଲଗାଇଛି ଆମେରିକା ।
ପୁଟିନଙ୍କ ଦୁଇ ଝିଅ ହେଲେ କ୍ୟାଟ୍ରିନା ଓ ମାରିଆ । ଏହି ଦୁଇଝିଅ ପୁଟିନଙ୍କ ପ୍ରଥମ ପତ୍ନୀଙ୍କର । ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ପୁଟିନ୍ । ପୁଟିନଙ୍କ ବଡ ଝିଅ ମାରିଆ ଅଧିକ ସମୟ ରୁଷ ରାଷ୍ଟ୍ରପତି ଭବନରେ କାମ କରନ୍ତି । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ମେଡିକାଲ ରିସର୍ଚ ସେଣ୍ଟର ଫର ଏଣ୍ଡୋକ୍ରିନୋଲୋଜି ଡିପାଟମେଣ୍ଟରେ ରିସର୍ଚ୍ଚର ଭାବେ କାମ କରନ୍ତି । ପୁଟିନଙ୍କ ସାନ ଝିଅ କ୍ୟାଟ୍ରିନା ଟେକ୍ନୋଲୋଜି ଏକ୍‌ଜିକୁଟିଭ୍ ଅଛନ୍ତି । ସେ କ୍ରିମଲିନରେ କାମ କରନ୍ତି ।

LEAVE A REPLY

Please enter your comment!
Please enter your name here