ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଉତ୍ତେଜନା ଶୀଘ୍ର ଶେଷ ହୋଇପାରେ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଭାରତ ସହ ଏକ ନୂଆ ବାଣିଜ୍ୟ ଚୁକ୍ତି କରିବେ । ପୂର୍ବରୁ ଖବର ଆସିଥିଲା ଯେ ଆମେରିକା ୧୬ ପ୍ରତିଶତ ଟାରିଫ୍ କମାଇବାକୁ ସ୍ବୀକୃତି ଦେଇଛି, ଯଦିଓ ଏହି ସମ୍ପର୍କରେ ଦୁଇ ଦେଶରୁ କୌଣସି ସରକରୀ ସୂଚନା ଦିଆଯାଇ ନଥିଲା। ଟ୍ରମ୍ପ ଦକ୍ଷିଣ କୋରିଆ ପହଞ୍ଚିବା ପରେ ବୁଧବାର କହିଛନ୍ତି, ଯଦି ଆପଣ ଭାରତ ଓ ପାକିସ୍ତାନକୁ ଦେଖିବେ ତେବେ ମୁଁ ଭାରତ ସହ ଡିଲ୍ କରିବାକୁ ଯାଉଛି । ମୋ ମନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବହୁତ ଭଲ ପାଇବା ଏବଂ ସମ୍ମାନ ରହିଛି । ଆମର ସଂପର୍କ ବହୁତ ମଜବୁତ । ଟ୍ରମ୍ପଙ୍କ ଏହି ବୟାନରେ ସଙ୍କେତ ମିଳିଛି ଯେ, ଶୀଘ୍ର ଦୁଇ ଦେଶ ମଧ୍ୟରେ ଜାରି ବାଣିଜ୍ୟିକ ଉତ୍ତେଜନା କମିପାରେ ।ଗତ ସପ୍ତାହରେ ଖବର ମିଳିଥିଲା ଯେ ଭାରତ ଓ ଆମେରିକା ମଧ୍ୟରେ ତିନିରୁ ଦୁଇଟି ବିଷୟରେ ସହମତି ହୋଇଛି । ତଥାପି, ଭାରତୀୟ କୃଷି ବଜାରକୁ ଆମେରିକାକୁ ପ୍ରବେଶ ଅନୁମତି ନ ମିଳିବାରୁ ଆଲୋଚନା ବନ୍ଦ୍ ହୋଇ ଯାଇଥିଲା । ସୂତ୍ର ଅନୁସାରେ, ରୁଷରୁ ତେଲ କ୍ରୟ ହ୍ରାସ କରିବାରେ ଭାରତ ସ‌ହମତି ଦେବା ପରେ ଆମେରିକା ଟାରିଫ ୧୬ ପ୍ରତିଶତ କମେଇବା ପାଇଁ ପ୍ରସ୍ତୁତ ହୋଇଥିଲା । ଏହି ସମସ୍ତ ଆଲୋଚନା ପିଏମ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍‌ କଥାବାର୍ଭା ପରେ ହୋଇଥିଲା ।

LEAVE A REPLY

Please enter your comment!
Please enter your name here