ମହିଳା ହକି ବିଶ୍ୱକପ୍ ରେ ଏଥର ଭାରତକୁ ନିଜର ଜଲଓ୍ୱା ଦେଖାଇବାକୁ ପଡ଼ିବ. ଇଟାଲୀ ସହ ହେବାକୁ ଥିବା ଆଗାମୀ ମ୍ୟାଚରେ ଭାରତ ପାଇଁ ‘କର’ ବା ‘ମର’ ପରିସ୍ଥିତି ସୃଷ୍ଟି ହୋଇଛି. ହକି ବିଶ୍ୱ କପ୍ କ୍ୱାଟର ଫାଇନାଲରେ ପ୍ରବେଶ କରିବାକୁ ହେଲେ 31 ଜୁଲାଇରେ ହେବାକୁ ଥିବା ଇଟାଲୀ ବିପକ୍ଷ ମ୍ୟାଚରେ ଭାରତୀୟ ଖେଳାଳିମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ ବୋଲି କହିଛନ୍ତି ଦଳର ଅଧିନାୟକ ରାନି. ଏହି ମ୍ୟାଚ ଜିତିବା ପରେ ହିଁ  ଦଳ ଅନ୍ତିମ-8 ରେ ପ୍ରବେଶ କରିପାରିବ. ପୁଲ ବି ରେ ସାମିଲ ଥିବା ଭାରତୀୟ ଦଳର ଇଂଲଣ୍ଡ ବିପକ୍ଷ ମ୍ୟାଚ 1-1 ରେ ଡ୍ର ରହିଥିଲା. ଅନ୍ୟପଟେ ଆୟାରଲାଣ୍ଡ ବିପକ୍ଷ ମ୍ୟାଚରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା.

 

 

LEAVE A REPLY

Please enter your comment!
Please enter your name here