ନୂଆଦିଲ୍ଲୀ – ଭାରତ-ପାକିସ୍ତାନ ଯୁଦ୍ଧ ବିରତି ସମୟରେ ଭାରତୀୟ ପାଇଲଟ ପାକିସ୍ତାନ ଏୟାରସ୍ପେସ ବ୍ୟବହାର ପାଇଁ ଅନୁମତି ମାଗିଲେ । ମାତ୍ର ପାକିସ୍ତାନ ସାହାଯ୍ୟ କରିବାକୁ ମନା କରିଦେଲା । ଗତ ବୁଧବାର ଦିନ ଶ୍ରୀନଗର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ 220 ଜଣ ଯାତ୍ରୀ ଥିଲେ । ମାତ୍ର ଅଚାନକ ପାଗ ଖରାପ ହୋଇଗଲା । ପ୍ରଚଣ୍ଡ କୁଆପଥର ବର୍ଷା ହେଲା । ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରିବା ସହଜସାଧ୍ୟ ନ ଥିଲା । ବିମାନ ପାଇଲଟ ପାକିସ୍ତାନର ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଏୟାରସ୍ପେସ ବ୍ୟବହାର କରିବାକୁ ଅନୁମତି ମାଗିଲେ । କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାଯ୍ୟର ହାତ ବଢାଇବାକୁ ମନା କରିଦେଲା ପାକିସ୍ତାନ । ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲ କର୍ତ୍ତୃପକ୍ଷ ଇଣ୍ଡିଗୋ ବିମାନ ପାଇଲଟଙ୍କୁ ପାକିସ୍ତାନ ଏୟାରସ୍ପେସ ବ୍ୟବହାର କରିବା ପାଇଁ ମନା କରିଦେଲେ । ପାଇଲଟ ଜଣକ ପ୍ରତିକୂଳ ପରିସ୍ଥିତିରେ ବିମାନଟିକୁ ଶ୍ରୀନଗର ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଇତିଲେ । ତେବେ ପ୍ରଚଣ୍ଡ କୁଆପଥର ମାଡରେ ବିମାନଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।