ମିଶନ ପାଟକୁରାର ଆଜିଥିଲା ଶେଷ ଦିନ । ଦିନକ ପରେ ଅର୍ଥାତ୍ ୨୦ରେ ପାଟକୁରାରେ ପଡିବ ଭୋଟ୍ । ଆଜି ଶେଷ ହୋଇଛି ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ଦଳ ତାଙ୍କର କଳ ,ବଳ ଓ କୌଶଳ ଲଗାଇ ଲାଗିପଡିଛନ୍ତି ଭୋଟ ମାଗିବାରେ । ପାଟକୁରାରେ ଡେରାପକାଇଛନ୍ତି ନେତା, ମନ୍ତ୍ରୀ, ବିଧାୟକ । ବିଜେପି ପ୍ରାର୍ଥି ବିଜୟ ମହାପାତ୍ର, ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ପ୍ରଚାରର ଶେଷ ଦିନରେ ଭୋଟରଙ୍କ ପାଖକୁ ଯାଇ ଆର୍ଶିବାଦ ଲୋଡିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ ଏବଂ ପ୍ରଚାର ପରେ ସରଗରମ ପାଲଟିଯାଇଛି ପାଟକୁରା ନିର୍ବାଚନ ମାହୋଲ । ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଭୋଟ ଦେବାପାଇଁ ପାଟକୁରାବାସୀଙ୍କୁ ନବୀନ ଅନୁରୋଧ କରିଥିଲେ । ପାଟକୁରା ନିର୍ବାଚନ ଶାସକ ବିଜେଡି ପାଇଁ ସମ୍ମାନର କଥା ହୋଇଥିବା ବେଳେ ବିରୋଧୀ ବିଜେପି ପାଇଁ ସ୍ୱାଭିମାନର ପ୍ରସଙ୍ଗ ପାଲଟିଛି । ଅନ୍ୟପଟେ କଂଗ୍ରେସ ବି ଯୋର ଲଗାଇ ପ୍ରଚାର ଚଳାଇଛି । ଅନ୍ୟପଟେ ପାଟକୁରା ପଲିଟିକ୍ସରେ ବିଜେପି ବି କିଛି କମ୍ ରେ ନାହିଁ । ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ,ରାଷ୍ଟ୍ରୀୟ ସଂପାଦକ ଏବଂ ସାଂସଦମାନେ ମଧ୍ୟ ଦଳର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି । ବିଜୟଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଚାର କରିଥିବା ବେଳେ ଗତକାଲି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରଚାର କରିଛନ୍ତି । ଜୁଲାଇ ୨୦ରେ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଜୁଲାଇ ୨୪ ରେ ଫଳାଫଳ ଆସିବ ।

LEAVE A REPLY

Please enter your comment!
Please enter your name here