ଆମେରିକା ଟେକ୍ସାସରେ ଏକ ପ୍ରାଇମେରୀ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷର ଯୁବକ ହଠାତ ସ୍କୁଲ ଭିତରକୁ ବନ୍ଧୁକ ଧରି ପ୍ରବେଶ କରି ଗୁଳି ଚଳାଇଥିଲା । ଏଥିରେ ୧୯ ଜଣଙ୍କ ଛାତ୍ରଙ୍କ ସହ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ସ୍କୁଲ ଶିକ୍ଷକ ଅଛନ୍ତି । ଆମେରିକା ଟେକ୍ସାସର ଗଭର୍ଣ୍ଣର ଏହି ସୂଚନା ଦେଇଛନ୍ତି । ସ୍କୁଲକୁ ଆସିବା ପୂର୍ବରୁ ବନ୍ଧୁକଧାରୀ ନିଜ ଜେଜେମା’ଙ୍କୁ ହତ୍ୟା କରିଥିଲା । ଘଟଣା ପରେ ଆମେରିକାରେ ୪ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା । ସବୁ ସରକାରୀ କାର୍ଯ୍ୟାଳୟରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ୨୦୧୮ରେ ସ୍କୁଲରେ ହୋଇଥିବା ଗୁଳିମାଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ରେ ସ୍କୁଲରେ ଗୁଳିମାଡରେ ୨୦ ଜଣ ପିଲା ଓ ଅନ୍ୟ ୬ ଜଣଙ୍କ ଜୀବନ ଯାଇଥିଲା

LEAVE A REPLY

Please enter your comment!
Please enter your name here