ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଁଞ୍ଚିଛି । ୨୪ ଫେବ୍ରୁଆରୀରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ରୁଷର ଭୟଙ୍କର ଆକ୍ରମଣ ଦେଖି ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ ଲୋକ ୟୁକ୍ରେନ ଛାଡିଲେଣି । ଏବେ ସୁଦ୍ଧା ୫ ଲକ୍ଷ ୨୦ ହଜାର ଲୋକ ପୋଲାଣ୍ଡ ଏବଂ ଅନ୍ୟ ପଡୋଶୀ ଦେଶରେ ଆଶ୍ରୟ ନେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ୨ ଲକ୍ଷ ୮୧ ହଜାର ଲକ୍ଷ ଲୋକ ପୋଲାଣ୍ଡ, ୮୪ ହଜାର ୫୦୦ ରୁ ଅଧିକ ଲୋକ ହଙ୍ଗେରୀ, ଏବଂ ୩୬ ହଜାର ୪୦୦ ଲୋକ ମୋଲଦୋବା, ୩୨,୫୦୦ ଲୋକ ରୋମାନିଆରେ ଆଶ୍ରୟ ନେଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ୟୁକ୍ରେନ ଛାଡୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି । ୧୮ରୁ ୬୦ ବର୍ଷ ପୁରୁଷଙ୍କୁ ୟୁକ୍ରେନ ନଛାଡିବାକୁ କୁହାଯାଇଛି । ଯୁଦ୍ଧରେ ଏମାନେ ସାମିଲ ହେବେ ।
ୟୁକ୍ରେନର ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ଆସିଥିବା ସୂଚନା ଅନୁଯାୟୀ, ରୁଷର ଆକ୍ରମଣରେ ଏବେ ସୁଦ୍ଧା ୩୫୨ ଲୋକ ଜୀବନ ହାରିଛନ୍ତି । ଏଥିରେ ୧୪ ଶିଶୁ ଅଛନ୍ତି । ୧୬୮୪ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଛନ୍ତି ୧୧୬ ଶିଶୁ ।

LEAVE A REPLY

Please enter your comment!
Please enter your name here