ଋଷିଆ ଓ ୟୁକ୍ରେନ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ଚାଲିଥିବା ବେଳେ ଋଷ୍ ସେନା ଆକ୍ରମଣରେ ୟୁକ୍ରେନର 70 ଜଣ ସୈନିକ ପ୍ରାଣ ହରାଇଛନ୍ତି । ଆଜି ୟୁକ୍ରେନର ଓଖତିର୍କାରେ ରହିଥିବା ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି ଋଷ ସେନା । ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ପ୍ରାଣ ହରାଇଥିବା ବେଳେ ଗୁରୁବାର ପରଠାରୁ କିଭ୍ ସହରରେ 352 ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା କୁହାଯାଉଛି । ୟୁକ୍ରେନ ରାଜଧାନୀ କିବ୍ କୁ କବଜା କରିବାକୁ ଋଷ ସେନା ଲଗାତାର ବିସ୍ଫୋରଣ କରୁଛନ୍ତି । ୟୁକ୍ରେନ ରାଜଧାନୀ କିଭ୍ ସହରକୁ ଦଖଲ କରିବାକୁ ଋଷ ବିଛାଇଛି ସବୁଠୁ ବଡ ସେନା ଛଉଣୀ । କିଭ୍ ସହରର ୪୦ ମାଇଲ ଯାଏଁ ଋଷ ସେନା ଦଖଲ କରି ନେଇଛନ୍ତି । ଏଥିସହିତ ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖରକିଭ୍ ସହର ଉପରେ ମଧ୍ୟ ଋଷ ସେନା କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରଖିଛନ୍ତି । ଦୁଇଦେଶ ମଧ୍ୟରେ ପ୍ରଥମ ରାଉଣ୍ଡ କଥାବାର୍ତ୍ତାରୁ କୌଣସି ନିର୍ଯାସ ବାହାରି ନ ଥିବା ବେଳେ ଋଷ ସେନା ଆକ୍ରମଣ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here