ଓଡିଶାର ଅନୂସୁଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କେନ୍ଦ୍ର ସରକାର ଦେଉଥିବା ଛାତ୍ରବୃତ୍ତି ଠିକଣା ସମୟରେ ମିଳୁନଥିବାରୁ ବିଜୁ ଯୁବ ଛାତ୍ର ଜନତା ଦଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସମୂହ ସ୍ୱାକ୍ଷର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି. ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା 90 ପ୍ରତିଶତ ଛାତ୍ର ବୃତ୍ତି ଏବେ 20 ପ୍ରତିଶତକୁ ହ୍ରାସ ପାଇଥିବା ବେଳେ କେନ୍ଦ୍ର ସରକାର ଧାର୍ଯ୍ୟ ସମୟରେ ନିଜ ଭାଗ ଅର୍ଥ ଦେଉନାହିଁ ବୋଲି ବିଜୁ ଯୁବ ଛାତ୍ର ଦଳ ଅଭିଯୋଗ କରିଛି. ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରି ଓ ଛାତ୍ର ସଂଗଠନର ସଭାପତି ରାଣା ପ୍ରତାପ ପାତ୍ର କହିଛନ୍ତି ଯେ, ରାଜ୍ୟରେ ପାଠପଢୁଥିବା 2 ଲକ୍ଷ ଅନୂସୁଚିତ ଜାତିର ଛାତ୍ରଛାତ୍ରୀ ମ୍ୟାଟ୍ରିକ ଓ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଅଧ୍ୟୟନ କରିଥାନ୍ତି. କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଏହି ଛାତ୍ରଛାତ୍ରୀଙ୍କୁ 90 ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ଆସୁଥିଲା. ମାତ୍ର 2016-17ରୁ କେନ୍ଦ୍ର ସରକାର ଏହି ବାବଦ ଅର୍ଥ ହ୍ରାସ କରିଛନ୍ତି. ଏହା ପ୍ରତିବାଦରେ ଜାନୁୟାରୀ 4 ତାରିଖରେ ବିଜେଡିର ଯୁବ ଛାତ୍ର ସଂଗଠନ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯିବ.

 

LEAVE A REPLY

Please enter your comment!
Please enter your name here