ଝାରସୁଗୁଡା ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ କଂଗ୍ରେସକୁ ଝଟକା । ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଅଶୋକ କୁମାର ମିଶ୍ର ଉସ୍ତଫା ଦେଇଛନ୍ତି । ସେ ତାଙ୍କ ଉସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଦଳ ଭିତରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା କହିଛନ୍ତି । ଅଶୋକ କହିଛନ୍ତି, ଯେଉଁଭଳି ଢଙ୍ଗରେ ଉପନିର୍ବାଚନ ଲଢିବା କଥା, ସେପରି ହେଉ ନ ଥିବା ତାଙ୍କର ମନେ ହେଉଛି । ଦଳୀୟ ରାଜନୀତି, ବାତାବରଣ ଓ ନେତୃବୃନ୍ଦଙ୍କ ଆଚରଣରେ ସେ ଅଣନିଶ୍ବାସୀ ହୋଇପଡିଥିବା କହିଛନ୍ତି । ତେବେ ଦଳର ପ୍ରାଥମିକ ସଦସ୍ୟ ପଦରେ ଅଛନ୍ତି ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେ ଆଶାୟୀ ଥିଲେ । ମାତ୍ର କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ଥିଲେ । ଅଶୋକ ମିଶ୍ରଙ୍କ ଇସ୍ତଫା କଂଗ୍ରେସକୁ ଝଟକା ଦେଇଛି ।

LEAVE A REPLY

Please enter your comment!
Please enter your name here