ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କୁ ଭୁବନେଶ୍ବରରେ ବିମାନବନ୍ଦରରେ ଜୋରଦାର ସ୍ବାଗତ । ଆଜିଠାରୁ ଦୁଇଦିନ ପାଇଁ ଦଳ ପକ୍ଷରୁ ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ମିଶନ 2024 ପାଇଁ ମନ୍ତ୍ର ଦେବେ । ଭୁବନେଶ୍ବର ବିମାନ ବନ୍ଦରରେ ଶ୍ରୀ ନଡ୍ଡାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ପାରଂପରିକ ନୃତ୍ୟ, ବାଦ୍ୟ ସହ ଦଳୀୟ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ପାର୍ଟି ଅଫିସ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

LEAVE A REPLY

Please enter your comment!
Please enter your name here