ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ | ବିଭିନ ଜିଲ୍ଲାର ଥାନା ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ | ରାୟଗଡାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଭିଡିଓ କନଫରେନ୍ସ ମାଧ୍ୟମରେ ଥାନା ଅଧିକାରୀମାନଙ୍କୁ ୫ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ଲୋକଙ୍କୁ ସହାୟତା କରିବା ସହ ଲୋକଙ୍କ ନିକଟତର ହେବା ନେଇ ପରାମର୍ଶ ଦେଇଛନ୍ତି | ଥାନାକୁ ସହାୟତା ପାଇଁ ଆସୁଥିବା ସାଧାରଣ ଲୋକଙ୍କ ସହ କିପରି ବ୍ୟବହାର କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ବାର୍ତା ଦେଇଛନ୍ତି | ଏହି ଭିଡିଓ କନଫରେନ୍ସରେ ରାୟଗଡା ଏସପି ଶବଣା ବିବେକ.ଏମ ଓ ଅତିରିକ୍ତ ଏସପିଙ୍କ ସମେତ ସମସ୍ତ ଥାନାର ଥାନା ଅଧିକାରୀମାନେ ଉପସ୍ଥିତ ରହିଥିଲେ |

LEAVE A REPLY

Please enter your comment!
Please enter your name here