କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବେନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧ୍ୟକ୍ଷ ପଦ ପାଇଁ ସର୍ବ ପ୍ରଥମେ ଗେହଲଟଙ୍କ ନାଁ ଆସୁଥିଲା । ଗେହଲଟ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ରାଜସ୍ଥାନରେ ଯାହା ଘଟିଛି ସେଥିପାଇଁ ମୁଁ ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗୁଛି । ରାଜସ୍ଥାନରେ ଯାହା ଘଟିଲା ସେଥିରେ ମୋର କୌଣସି ହାତ ନାହିଁ । ଆଜି ସୋନିଆଙ୍କ ଅଶୋକ ଗେହଲଟ ସାକ୍ଷାତ କରିବା ପରେ ଅଧକ୍ଷ୍ୟ ପଦ ପାଇଁ ସେ ଲଢିବେନି ବୋଲି ସିଧା ମନା କରିଦେଇଛନ୍ତି । ମୁଁ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭାବେ ରହିବି କି ନାହିଁ ସେ କଥା ସୋନିଆ ଗାନ୍ଧି ବିଚାର କରିବେ । ଅଶୋକ ଗେହଲଟ କହିଛନ୍ତି କି ଗତ ୨ ଦିନ ମଧ୍ୟରେ ରାଜସ୍ଥାନରେ ଯାହା ଘଟିଲା ତାହା ଦୁଭାଗ୍ୟପୂର୍ଣ୍ଣ । ଗତ ୫୦ ବର୍ଷ ଧରି ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ଜଣେ ବିଶ୍ୱାସୀ ସୈନିକ ଭାବେ କାମ କରିଛି , ମୁଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଛି ତେଣୁ ଦଳ ଭିତରେ ଯାହା ଘଟିଲା ସେଥିପାଇଁ ମୁଁ ନିଜକୁ ଦାୟି କରି ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛି ବୋଲି କହିଛନ୍ତି ଅଶୋକ ଗେହଲଟ ।

LEAVE A REPLY

Please enter your comment!
Please enter your name here